ସମ୍ବଲପୁର ଜୁ ଆସିବେ ୪ ମହାବଳ ବାଘ
ସମ୍ବଲପୁର ଜୁ ଆସିବେ ୪ ମହାବଳ ବାଘ । ନ୍ୟାସନାଲ ଜୁ ଅଥୋରିଟିର ଅନୁମତି ମିଳିଥିବା ଜଣାପଡିଛି । ଅନ୍ୟପଟେ ଡେବ୍ର୍ରିଗଡକୁ ୩ ମହାବଳ ବାଘ ଆସିବା ନେଇ ମଧ୍ୟ ନ୍ୟାସନାଲ ଟାଇଗର କନଜରଭେସନ ଅଥୋରିଟି ବା ଏନଟିସିଏର ଅନୁମତି ମିଳିଛି । ସେହିପରି ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଜୁ ରୁ ଡେବ୍ରିଗଡ ଅଭୟାରଣ୍ୟକୁ ୧୧୫ ହରିଣ ସ୍ଥାନାନ୍ତର ହେବେ । ସେଣ୍ଟ୍ରାଲ ଜୁ ଅଥୋରିଟି ଅନୁମତି ଓ ରାଜ୍ୟ ବଣ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ଆରମ୍ଭ । ଆଜି ପ୍ରଥମ ଦିନରେ ସକାଳ ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଜୁ ରୁ ଡେବ୍ରିଗଡ ସ୍ଥାନାନ୍ତର କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଯିବେ ।