ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ସୂଚନା। ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ୧୯୮୮ରୁ ୧୯୯୩ରାଜ୍ୟ ବିଜେପି ସଭାପତି ଥିଲେ। ୧୯୯୩ରୁ ୧୯୯୫ ବିଜେପି ସାଧାରଣ ସମ୍ପାଦକ। ୧୯୯୫ରୁ ୧୯୯୭ ଯାଏଁ ପୁଣି ବିଜେପି ସଭାପତି। ବିଜେପିରୁ ୨ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ ଦେବେନ୍ଦ୍ର। ବିଜେପିର ୩ଥର ରାଜ୍ୟ ସଭାପତି ଥିଲେ।ଯେତେବେଳେ ଭାରତୀୟ ଜନତା ପାର୍ଟିରେ ଲୋକ ଆସିବା ପାଇଁ ଡରୁଥିଲେ, ଘରୁ ବାହାରୁ ନଥିଲେ, ସେହି ସମୟରୁ ଓଡ଼ିଶା ବିଜେପିକୁ ବଢାଇବା ପାଇଁ ଅଣ୍ଟା ଭିଡିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ତଥା ବର୍ତମାନ ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା । ଦୀର୍ଘ ୪୩ ବର୍ଷ ପୂର୍ବରୁ ନିଜର ଡାକ୍ତରୀ ପେଶାକୁ ପଛରେ ପକାଇ ୧୯୮୦ରେ ବିଜେପିର ପ୍ରତିଷ୍ଠା ସମୟରୁ ବିଜେପିର ସାଧାରଣ କାର୍ୟ୍ୟକର୍ତ୍ତା ଭାବେ ନିଜକୁ ସାମିଲି କରିଥିଲେ।ତାଳଚେରରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ପ୍ରଥମେ ମଣ୍ଡଳ ସଭାପତିର ଦାୟିତ୍ୱ ନେଇ କାର୍ୟ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇ ଓଡ଼ିଶାରେ ବିଜେପିକୁ ବଢାଇବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ୧୯୮୮ ମସିହା ଫେବୃୟାରୀରେ ଯେତେବେଳେ ସେ ରାଜ୍ୟ ସଭାପତିର ଦାୟିତ୍ୱ ନେଇ ସାରା ଓଡ଼ିଶା ବୁଲିବା ଆରମ୍ଭ କରିଥିଲେ, ସେତେବେଳେ ଲୋକମାନେ ଭାବୁଥିଲେ ଏ ଲୋକ ପାଗଳ ହୋଇଯାଇ ନାହାନ୍ତି ତ, ବିଜେପି ଦଳ ଗଢିବା ପାଇଁ କେମିତି ଘରୁ ବାହାରିଛନ୍ତି ? ସେହି କଥାକୁ ଭ୍ରୁକ୍ଷେପ ନ କରି ସାରା ରାଜ୍ୟରେ ବିଜେପି ସଂଗଠନକୁ ବଢାଇବା ପାଇଁ ସେ ଲାଗି ପଡିଥିଲେ । ବିଜେପି କାର୍ୟ୍ୟକର୍ତ୍ତା ନିର୍ମାଣ କରିବା ସହ କାର୍ୟ୍ୟକର୍ତ୍ତାଙ୍କୁ ବୁଝାଇବା ଏବଂ ବୁଥ, ମଣ୍ଡଳ ଓ ଜିଲ୍ଲା ସ୍ତରରେ ଦଳୀୟ ସାଂଗଠନିକ କାର୍ୟ୍ୟକୁ ସୃଦୃଢ କରିବା ଉପରେ ସେ ଯୋର୍ ଦେଉଥିଲେ । ୧୯୮୪ ମସିହାରେ ଦେବଗଡ ଲୋକସଭା ନିର୍ବାଚନମଣ୍ଡଳରୁ ପ୍ରଥମେ ସାଂସଦ ଭାବରେ ଲଢି ୩୦,୦୦୦ ଭୋଟ୍ ପାଇଥିଲେ । ମାତ୍ର ମନକୁ ଦୁର୍ବଳ ନ କରି ମନୋବଳକୁ ସୁଦୃଢ କରି ସେ ଆଗକୁ ବଢିବା ପାଇଁ ସ୍ଥିର କରିଥିଲେ । ତାଙ୍କର ଦକ୍ଷତା ଏବଂ କାର୍ୟ୍ୟ କରିବାର ନିଷ୍ଠାକୁ ଦେଖି ପରବର୍ତ୍ତୀ ସମୟରେ ଆଉ ଦୁଇ ଦୁଇ ଥର ରାଜ୍ୟ ସଭାପତିର ଦାୟିତ୍ୱ ମିଳିଥିଲା ।୧୯୯୮ ମସିହାରେ ଦେବଗଡ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବାର ସୌଭାଗ୍ୟ ଲାଭ କରି ଡାକ୍ତର ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସଡକ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେଇ କାର୍ୟ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ପୁନଃ ନିର୍ବାଚିତ ହୋଇ ସେ କୃଷି ରାଷ୍ଟ୍ର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଓଡିଶା ବିଜେପି ପାଇଁ ଉତ୍ସର୍ଗୀକୃତ ଜୀବନୀ ବର୍ତମାନର ରାଜନୈତିକ ଦଳର କର୍ମୀଙ୍କ ପାଇଁ ଏକ ପ୍ରେରଣା ଅଟେ।
