ମରି ଅମର ହୋଇଗଲେ ସୂର୍ଯ୍ୟ !

ମୃତ୍ୟୁ ପରେ ଚକ୍ଷୁଦାନ କଲେ ସୂର୍ଯ୍ୟନାରାୟଣ ପାତ୍ର

କାହାର ବା ସକ୍ଷମ ଅଛି ସୂର୍ଯ୍ୟଙ୍କୁ କ୍ଷୀଣ କରିବାର। ନା ସେ କେବେ ଅସ୍ତ ହୋଇପାରିବେ ନା ଉଦୟ ! ସେ ସଦା ସର୍ବଦା ସ୍ଥିର। ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ହେଲେ ମରିବି ସେ ଆଜି ଅମର ହୋଇ ଯାଇଛନ୍ତି। ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ପୂରଣ ସ୍ୱରୂପ ତାଙ୍କ ଆଖି ଦୁଇଟିକୁ ଦାନ କରାଯାଇଛି । ତାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ। ନିଜ ନାମକୁ ସତରେ ଯଥାର୍ଥ କରିଦେଲେ ସୂର୍ଯ୍ୟ, ସେଥିପାଇଁ ତ ଆମେ କହିଥିଲୁ କି ସୂର୍ଯ୍ୟଙ୍କୁ ଅସ୍ତ କରିବାର କ୍ଷମତା କହାର ବା ଅଛି ।

ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯିବ। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତଦେହ ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଯାକ ଚକ୍ଷୁକୁ ଦାନ କରି ଦେବାକୁ ସେ କହିଥିଲେ। ତେଣୁ ତାଙ୍କର ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା। ତେବେ ଏହି ଘଟଣା ପରେ ଓଡ଼ିଶା ରାଜନୀତି ଆକାଶରେ ଅସ୍ତମିତ ସୂର୍ଯ୍ୟଙ୍କୁ କୋଟି ନମନ।