ଅସୁସ୍ଥ ହୋଇପଡିଛନ୍ତି ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତି

ମହେଶ୍ଵର ମହାନ୍ତିଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ଗୁରୁତର ହୋଇ ପଡିଛନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଉଛି । ତେବେ ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଅସୁସ୍ଥ ଅନୁଭବ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ଵର ମହାନ୍ତି । ଏହା ଜାଣିପାରି ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । 

ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁଇ ଦିଦ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶ୍ରୀମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସି ଥିବାରୁ ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ଅଣାଯାଇଛି। ମହେଶ୍ୱର ମହାନ୍ତି ୧୯୩୯ ମସିହାର ଡିସେମ୍ବର ୩୧ ତାରିଖର ଅବିଭକ୍ତ କଟକ ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏବଂ ରାଜ୍ୟ ରାଜନୀତିରେ ତାଙ୍କ ସ୍ଥିତି ମଧ୍ୟ ବେସ ସୁଦୃଢ । ତେବେ ତାଙ୍କ ଆଶୁ ଆରୋଗ୍ଯ କାମନା କରୁଛି ଯଯାତି ଏକ୍ସପ୍ରେସ ।