ପୂର୍ବତନ ସରପଞ୍ଚ ଓ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା !

ସରପଞ୍ଚ ଓ ସ୍ବାମୀଙ୍କୁ ମାରି କୂଅରେ ଫିଙ୍ଗିଦେଲେ ଦୁର୍ବୁତ୍ତ !

ଜଘନ୍ୟ ବିଭଶ୍ଚ ଅମାନୁଷିକତାର ଏକ ଭୟଙ୍କର କାହାଣୀ । ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ ଘରେ ପଶି ପୂର୍ବତନ ସରପଞ୍ଚଙ୍କ ସହ ତାଙ୍କ ସ୍ୱାମୀଙ୍କୁ ମାରି କୂଅରେ ଫିଙ୍ଗିଦେଲେ । ଏପରି ଏକ ଅପରାଧିକ ଘଟଣା ଘଟିଛି କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ମୟୂରନଚା ଗାଁରେ । ମୃତକଦ୍ୱୟ ହେଲେ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର । ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ସୂଚନା ଅନୁସାରେ ମଙ୍ଗଳବାର ରାତିରେ କେହି ଦୁର୍ବୁତ୍ତ ଉଭୟଙ୍କୁ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

ବୁଧବାର ଗାଁ ଲୋକେ ଘରେ ରକ୍ତ ଓ କୂଅରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସୋସୋ ଥାନା ପୁଲିସ । ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଛାନବିନ। ପ୍ରଥମେ କୂଅ ଭିତରେ ୨ଟି ଶବକୁ ଉଦ୍ଧାର କରିଥିଲା । ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି ।  ପୁଲିସ ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଏପରି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି ।