ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ
ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟାଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା । ପୂର୍ବରୁ ମଧ୍ୟ ୨୦୨୫ ରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା ।
