ପୂର୍ବତନ ସାଂସଦ ପ୍ରଭାସ ସିଂଙ୍କ ଇସ୍ତଫା

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ନବୀନ ନିବାସ ଆସି ନିଜ ଇସ୍ତଫା ପତ୍ର ଦେଇଛନ୍ତି ପ୍ରଭାସ ସିଂ । ଗତ ୨୦୧୪ରୁ ୨୦୧୯ ଯାଏଁ ବରଗଡରୁ ବିଜେଡି ସାଂସଦ ଥିଲେ ପ୍ରଭାସ ସିଂ । ତେବେ ୨୦୧୯ରେ ପ୍ରଭାସଙ୍କ ବଦଳରେ ଦଳ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଟିକେଟ ଦେଇଥିଲା । ୨୦୧୯ରେ ପ୍ରଭାସ ସହଯୋଗ କରିଥିଲେ ମଧ୍ୟ ପ୍ରସନ୍ନ ପରାଜିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ପ୍ରଭାସ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପ୍ରଭାସଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ ପ୍ରଭାସ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କୁହାଯାଉଛି । ଇସ୍ତଫା ଦେବା ପରେ ସେ କହିଛନ୍ତି ବିଜେଡିରେ ଅ୍ଧମ ସେ ନୀତି ଆଦର୍ଶ ନାହିଁ ।