୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶିବୁ ସୋରେନଙ୍କ ଦେହାନ୍ତ

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ। ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ଶିବୁ ସୋରେନ। ୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଶିବୁ ସୋରେନ ।ଗତ ୩୮ ବର୍ଷ ଧରି ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଥିଲେ ଶିବୁ ସୋରେନ୍ । ତାଙ୍କୁ ସଙ୍ଗଠନ ସଂସ୍ଥାପକ ତଥା ସଂରକ୍ଷକ ଭାବେ ରାଜ୍ୟବାସୀ ମାନୁଥିଲେ । ପରାଧୀନ ଭାରତରେ ୧୯୪୪ ଜାନୁଆରୀ ୧୧ରେ ତତ୍କାଳୀନ ବିହାର ତଥା ଏବେକାର ଝାଡ଼ଖଣ୍ଡ ହଜାରୀବାଗରେ ଜନ୍ମଗ୍ରହଣ କରିଥିଲେ ଶିବୁ ସୋରେନ୍ ।

ହେତୁ ପାଇବା ଦିନରୁ ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଘର୍ଷ ଆରମ୍ଭ କରିଥିଲେ ଶିବୁ ସୋରେନ୍ । ୭୦ ଦଶକରେ ’ଧନକଟନି ଆନ୍ଦୋଳନ ଓ ଅନ୍ୟ ଆଦିବାସୀ ଆନ୍ଦୋଳନ ଜରିଆରେ ଜନଜାତିଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଶିବୁ ସୋରେନ୍ । କିନ୍ତୁ ପରାଜୟର ସାମ୍ନା କରିବାକୁ ପଫିଥିଲା । ୧୯୮୦ରେ ନିର୍ବାଚନ ଜିତି ସାଂସଦ ଭାବେ ଜନତାଙ୍କ ସେବା ପାଇଁ ଆସିଲେ ।  ବିହାରଠାରୁ ଅଲଗା ହୋଇ ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ କରିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ  ଥିଲା । ସେ ଲଗାତାର ୩ ଥର (୨୦୦୫,୨୦୦୮, ୨୦୦୯)ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ କେବେ ବି କାର୍ୟ୍ୟକାଳ ପୂର୍ଣ୍ଣ କରିପାରିନଥିଲେ