ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ

ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଆଜି ଅର୍ଥାତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଲିକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ତାଙ୍କ ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି। ମଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା।ତାଙ୍କର କିଡନୀ ଖରାପ ହୋଇଥିଲା। ମେ ୧୧ ତାରିଖରେ ମଲିକଙ୍କୁ ପରିସ୍ରା କରିବା ସମୟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଯାହା ପରେ ତାଙ୍କର ଉଭୟ କିଡନୀ କାମ କରିବା ବନ୍ଦ କରିଦେଇଥିଲା ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ହୋଇଯାଇଥିଲା।

ସତ୍ୟପାଲ ମାଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ୫ଅଗଷ୍ଟ, ୨୦୧୯ରେ ଧାରା ୩୭୦ରଦ୍ଦ କରାଯାଇଥିଲା।ଏହା ସହ ଜମ୍ମୁ ଓ କଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ – ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଥିଲା। ସଂଯୋଗବଶତଃ, ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ ଏବଂ ଏହି ଦିନ ସତ୍ୟପାଲ ମଲିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

One thought on “ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ

Comments are closed.