ପଦ୍ମ ଧରିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ପଦ୍ମ ଧରିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକମାନେ ବିଜେପିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ। ରାଜ୍ୟ କାର୍ୟ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ତପନ ଚାନ୍ଦ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଥିଲେ। ଛାତ୍ର ଜୀବନରୁ ସେ ଇଈଠଚ ଏବଂ ଆରଏସଏସ ସହ ଜଡ଼ିତ ଥିଲେ। ସମାଜର ସବୁବର୍ଗଙ୍କୁ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ‘ବିକଶିତ ଭାରତ’ର ବାର୍ତ୍ତା ପହଂଚାଇବା ପାଇଁ ଶପଥ ନେଇଥିଲେ ତପନ। ବିଜେପିରେ ସାମିଲ ହେବା ପରେ ତପନ ଚାନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ୩୪ ବର୍ଷରୁ ଅଧିକ ସମୟ ଧରି ମୁଁ ବିଭିନ୍ନ ବୃହତ ଶିଳ୍ପରେ କାମ କରିଛି। ନାଲ୍‌କୋର ସିଏମ୍‌ଡି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଲୋକହିତକର ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା।