ବିଜେପିରେ ମିଶିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ,ପ୍ରଭାରୀ ବିଜୟପାଳ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅମର ।
