ଶ୍ରୀମନ୍ଦିର ଭିତରକୁ ମହିଳା ବିଦେଶୀ ପର୍ଯ୍ୟଟକ
ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି। ଶ୍ରୀମନ୍ଦିର ଭିତରକୁ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ଅଭିଯୋଗ। ଅଣହିନ୍ଦୁ ମହିଳା ବିଦେଶୀ ପର୍ଯ୍ୟଟକ ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ହୋଇଛି। ମହିଳା ବିଦେଶୀ ପର୍ଯ୍ୟଟକ ଜଣକ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡିଛି। ତେବେ ସେ ଶ୍ରୀମନ୍ଦିର ଭିତରକୁ କାହିଁକି ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିଲେ।ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। କିଛି ଦିନ ତଳେ କିଛି ବାଂଲାଦେଶୀ ଅଣହିନ୍ଦୁ ବି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
