ରୋଗୀଙ୍କୁ ମାଗଣାରେ ଦିଆଯିବ ସୁଷମ ଖାଦ୍ୟ

ବଢିଲା ସରକାରୀ ଡାକ୍ତରଖାନା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

ବଢିଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ରୋଗୀଙ୍କୁ ମାଗଣାରେ ଖାଦ୍ୟ ମିଳୁଥିବା ବେଳେ ସୁଷମ ଖାଦ୍ୟ ଯୋଗାଇବାକୁ ଏହି ଦର ବଢାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବଜାର ଦର ବୃଦ୍ଧି ସହ ରୋଗୀଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ଏହି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ଯ ବିଭାଗ। ରୋଗୀଙ୍କ ପାଇଁ ସାଧାରଣ ଖାଦ୍ୟ ଦର ପୂର୍ବରୁ ୧୧୦ ଟଙ୍କା ରହିଥିବା ବେଳେ ଏହା ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଶୁ ରୋଗୀଙ୍କ ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ ଟଙ୍କା, ଅଧିକ ପୁଷ୍ଟିକର ଖାଦ୍ୟ ଦର ୧୨୦ରୁ ୧୩୮ ଟଙ୍କା, ଶୁଖିଲା ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ଟଙ୍କା ଓ ତରଳ ଖାଦ୍ୟ ଦର ୧୧୦ଟଙ୍କାରୁ ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଭର୍ତ୍ତି ହୋଇଥିବା ରୋଗୀଙ୍କୁ କିଭଳି ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ମେଡିକାଲର ମୁଖ୍ୟ ଦାୟୀ ରହିବେ।