ଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ସୌମ୍ୟାଶ୍ରୀ ମୃତ୍ୟୁର ହେବ CBI ତଦନ୍ତ

ବାଲେଶ୍ବର ଛାତ୍ରୀ ଜୀବନ ହାରିବା ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ବିରୋଧୀ ଶାଖା କରିବ ତଦନ୍ତ। ଡିଏସପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ବରେ ହେବ ତଦନ୍ତ । ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚର ମହିଳା ଶାଖା ନିଜଆଡୁ ବାଲେଶ୍ବର ଯାଇ ତଦନ୍ତ କରିଥିଲା ।  ୧୨ ତାରିଖରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ।  ୧୪ ତାରିଖ ରାତିରେ ଏମସ ଭୁବନେଶ୍ବରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।