ଏଫ ଏମ ଛାତ୍ରୀ ଆତ୍ମାହୁତି ମାମଲା, ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ମିଳିଲା ଜାମିନ । ଅଭିଯୁକ୍ତ ଶୁଭ୍ର ସମ୍ବିତ ନାୟକଙ୍କୁ ମଧ୍ୟ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ। ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଥିବା ବେଳେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ମଧ୍ୟ ଖାରଜ ହୋଇଛି। ଚାର୍ଜସିଟ ଦାଖଲ ପରେ କରି ପାରିବେ ସାନି ଜାମିନ ଆବେଦନ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
