FM କଲେଜରେ କ୍ରାଇମବ୍ରାଞ୍ଚ ଟିମ୍

FM କଲେଜ ଛାତ୍ରୀ ମୃତ୍ୟୁ ମାମଲା: ଆଜି ହାଜର ହେବେ ICC ସଦସ୍ୟ

FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ତଦନ୍ତ କମିଟି ନିକଟରେ ହାଜର ହେବେ ICC ସଦସ୍ୟ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଏହି ତଦନ୍ତ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।ଆଜି ଓ ଆସନ୍ତାକାଲି ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । FM କଲେଜରେ ହାଜର ହେବେ ଆସିସିସି ସଦସ୍ୟ । ବାଲେଶ୍ବର ଶିକ୍ଷା ନିର୍ଦ୍ଦେଶାଳୟର ଏ ନେଇ ନିର୍ଦ୍ଦେଶ ରହିଛି । ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ICC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଛି ।