‘ମିଗଜୋମ’ ପ୍ରଭାବରେ ବୁଡିଲା ଚେନ୍ନାଇ
ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଘର ଭିତରେ ପାଣି ପଶିବା ସହିତ କାର ଭାସୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧା ସୃଷ୍ଟି ହୋଇଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । କାଲି ସନ୍ଧ୍ୟାରେ ଆନ୍ଧ୍ର ବାପାଟଲାରେ ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ । ଦକ୍ଷିଣ ଓ ଡ଼ିଶାରେ ଏହା ପହଂଚିଲା ବେଳକୁ ଦୁର୍ବଳ ହୋଇସାରିଥିବ । ତେଣୁ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ପବନ କମ ବର୍ଷା ଅଧିକ ହେବ । ୪ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୫ ତାରିଖରୁ ବଢିବ ବର୍ଷା ପରିମାଣ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଆଇଏମଡି ଡିଜି ।