ମହାନଦୀରେ ଆସିପାରେ ବନ୍ୟା !

ମହାନଦୀ ମୁଣ୍ଡଳିରେ ବଢୁଛି ଜଳସ୍ତର

ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ଅଣାୟତ ଥିବା ବେଳେ ଟ୍ଵିନ ସିଟିରେ ମଧ୍ୟ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି । ମହାନଦୀରେ ମଧ୍ୟ ବନ୍ୟା ସ୍ଥିତି ଦେଖା ଦେବା ନେଇ ଆଶଙ୍କା ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ହୀରାକୁଦରୁ ବ୍ୟାପକ ମାତ୍ରାରେ ଚାଲିଛି ବନ୍ୟାଜଳ ନିଷ୍କାସନ। ଯେଉଁଥି ପାଇଁ ମହାନଦୀରେ ବଢୁଛି ଜଳସ୍ତର । କଟକ ମୁଣ୍ଡୁଳିଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜଳସ୍ତର ଧୀରେଧିରେ ବୃଦ୍ଧି ହେଉଥିବାରୁ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି ।

ସେପଟେ ବନ୍ୟା ସ୍ଥିତି ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ଥିବା କହିଛନ୍ତି SRC ଏଥି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ଦେଖିବାକୁ ମିଳିଛି । ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ସୂଚନା ଅନୁଆରେ କଟକ ମହାନଦୀ ମୁଣ୍ଡଳିଠାରେ ଆଜି ସକାଳେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ସ୍ରୋତରେ ଜଳସ୍ତର ୯୨ ଫୁଟ ଥିବାବେଳେ ତଳସ୍ତରରେ ୮୮ ଫୁଟ ରହିଛି । ଅପରାହ୍ନ ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ।

ବନ୍ୟା ଜଳ ପରିଚାଳନା ନିମନ୍ତେ ହୀରାକୁଦର ଏବେ କୌଣସି ଗେଟ୍‌ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ବନ୍ୟା ସ୍ଥିତି ଉପୁଜିଥିବାରୁ ତାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି ଏସଆରସି । ଗତକାଲି ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ସେପଟେ ବୈତରଣୀରେ ବନ୍ୟା ଆସିବା ପରେ ଏବେ ମହାନଦୀରେ ଉପୁଜୁଥିବା ବନ୍ୟା ନେଇ ଆତଙ୍କ ଦେଖିବାକୁ ମିଳିଛି, ସେପଟେ ଆତଙ୍କିତ ନହୋଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।