ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ବାତିଲ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ । ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି’ ନିଆଯିବ । କାଲି ଅପଡେଟ୍ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି’ । ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ଯାଏ ।ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା । କିନ୍ତୁ ରବିବାର ଏହାକୁ ବାତିଲ କରିଦିଆଯାଇଛି । ଏୟାର ସ୍ପେସ୍ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି । ଦୁବାଇ, ଆବୁ ଧାବି, ମାସକଟର୍ ପାଇଁ ଏୟାର ସ୍ପେସ୍ ନାହିଁ । ଗତ ଶୁକ୍ରବାର ଦିନ ଦୁବାଇକୁ ଭୁବନେଶ୍ବରରୁ ଶେଷ ବିମାନ ଯାଇଥିଲା । ତେବେ ଯୁଦ୍ଧ ସ୍ଥିତି ପାଇଁ ବିମାନ ସେବା ବାତିଲ କରାଯାଇଛି ।
