ଉତକେଲାରୁ ଉଡ଼ିବ ବିମାନ, ଉଦଘାଟନ କରିବେ ମନ୍ତ୍ରୀ

ଅଗଷ୍ଟ ୩୧ରୁ କଳାହାଣ୍ଡି ଉତକେଲାରୁ ଉଡ଼ିବ ବିମାନ

ଆଗାମୀ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲା ଆରମ୍ଭ ହେବ ବିମାନ ଚଳାଚଳ । ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ବରକୁ ଯାତ୍ରା କରିବ। ଏହାକୁ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦଘାଟନ କରିବେ । କେନ୍ଦ୍ର ସରକାର ଉଡାନ୍ ଯୋଜନା ଅଧୀନରେ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନ ବନ୍ଦରଗୁଡିକର ପୁନରୁତ୍ଥାନ କରୁଛନ୍ତି। ଏଥିରେ ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶ କରାଯାଉଛି । ଏହି ବାବଦରେ ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ତତକାଳୀନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ।