କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର । କ୍ୟାବିନେଟ୍ ମିଟିଂରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନିଆଯାଇଛି ।
୧. ସରକାରୀ ଚାକିରୀ ପ୍ରବେଶ କ୍ଷେତ୍ରରେ ବଡ଼ ନିଷ୍ପତି। ବୟସସୀମା 32 ବର୍ଷ ରୁ 42 ବର୍ଷ କୁ ବୃଦ୍ଧି। ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି ହୋଇଛି । ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ଆଧାରରେ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି ହୋଇଛି ।
୨. ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। AI ନୀତିକୁ ଅନୁମୋଦନ। AI ମିଶନ ଓ AI ସେଲ ଆରମ୍ଭ କରାଯିବ। AI କ୍ଷେତ୍ରରେ ସ୍ଟାଟପ କୁ ପ୍ରୋତ୍ସାହନ ଦିଆଯିବ।
୩. ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦି ର ଉର୍ନତି ମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣ କୁ ଅନୁମୋଦନ। ୩୬ ମାସ ମଧ୍ୟ ରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ।
୪. ଜଗତସିଂହପୁର ରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥି ପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମା କୁ ଅନୁମୋଦନ କଲା କ୍ୟାବିନେଟ। 3450 ଲୋଙ୍କୁ ପ୍ରତ୍ୟକ ଓ ପରୋକ୍ଷ ରେ ନିଯୁକ୍ତି ମିଳିବ।
୫. ଓଡିଶା ଚକ୍ଷୁ ସେବା ପାଇଁ ପାଇଁ 141 ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦନ୍ଵତୀ ଭିତରେ 200 ଟି ପଦବୀ କରାଯାଇଛି।
