ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଶ୍ରାବଣରେ ବିକ୍ରି ହେବ ନାହିଁ ମାଛ ଓ ମାଂସ

ଆସୁଛି ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ୧୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତ ହେଲେଣି କାଉଡିଆ । ଶିବ ଭକ୍ତଙ୍କ କାଉଡିଆ ଯାତ୍ରା କିପରି ସୁରୁଖୁରରେ ହେବ ସେନେଇ ସଜାଗ ଦିଲ୍ଲୀ ପ୍ରଶାସନ ଏବଂ ୟୁପି ପ୍ରଶାସନ । ତେବେ ଏଥର ଦିଲ୍ଳୀରେ ମଧ୍ୟ ଉତ୍ତରପ୍ରଦେଶ ମଡେଲ ଦେଖିବାକୁ ମିଳିବ । କାଉଡିଆ ଯାତ୍ରା ସମୟରେ ୟୁପିରେ ଯେପରି ମାଛ, ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ଏହି ଥର ମଧ୍ୟ କାଉଡିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ବନ୍ଦ ରହିବ । ଏନେଇ ରେଖା ଗୁପ୍ତା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।