୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ
ରାଜ୍ୟରେ ଚାଲିଛି ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଛି । ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧% ମତଦାନ ହୋଇଥିବା ବେଳେ କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୫୧ ପ୍ରତିଶତ, ନରରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨%, ମୋହନା ୯.୫୦%, ପାରଳାଖେମୁଣ୍ଡିରେ ୧୧%, ବ୍ରହ୍ମପୁରରେ ୫.୦୫, ଛତ୍ରପୁରରେ ୫.୯୩, ଚିକିଟିରେ୭.୧୦, ଦିଗପହଣ୍ଡି ଓ ଗୋପାଳପୁରରେ ୮ ପ୍ରତିଶତ ମତଦାନ ହୋଇଛି । ଭବାନୀପାଟଣା ୬.୨୬, ଧର୍ମଗଡ଼ରେ ୯.୧୮, ଜୁନାଗଡ଼ରେ ୧୧.୦୮, ଲାଞ୍ଜିଗଡ଼ରେ ୮.୩୭ ପ୍ରତିଶତ ମତଦାନ ହୋଇଛି । ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ବିଧାନସଭା ଆସନ ଗୁଡିକରେ ୬୨ ଲକ୍ଷ ୮୭ ହଜାର ୨୨୨ଜଣ ଭୋଟର ନିଜ ମନ ପସନ୍ଦର ନେତା ବାଛିବେ । ପ୍ରଥମ ପର୍ୟ୍ୟାୟରେ ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ଶରତ ପଟ୍ଟନାୟକ. ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ହେଭିୱେଟ୍ ନେତା ମାନଙ୍କର ଭାଗ୍ୟ ପରୀକ୍ଷା ହେବ । ଏହି ସମସ୍ତ ଆସନରେ ମୋଟ୍ ୨୭୧ ଜଣ ମୈଦାନକୁ ଓହ୍ଲାଇଥିବା ବେଳେ ଜୁନ୍ ୪ର ଫଳାଫଳ କହିବ କିଏ ମାରିବ ବାଜି ।