କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ମନ୍ଦିରରେ ଲାଗୁଛି ହଜାର ହଜାର ଭକ୍ତଙ୍କ ଭିଡ । କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରରେ ପାଣିଢାଳୁଛନ୍ତି । ମନ୍ଦିର ମାଳିନି ଭୁବନେଶ୍ବରର ବାବା ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ଭଦ୍ରକର ଆରଡି ପୀଠ, କଟକର ଧବଳେଶ୍ବର ମନ୍ଦିରରୁ ବହୁ ଦୂରଦୂରାନ୍ତରୁ ଆସୁଛନ୍ତି ଶ୍ରଦ୍ଧାଳୁ । ତେଣୁ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ଭୋର ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା ହୋଇଥିଲା । କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ସାହାଣ ଦର୍ଶନ ହୋଇପାରିବ । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଦୁଇ ମାସ ଧରି ଲାଗି ରହିବ ଶ୍ରାବଣର ଉତ୍ସାହ । ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଥିବା ବେଳେ ସୁରୁଖୁରୁ ପରିଚାଳନା ପାଇଁ ବନ୍ଦୋବସ୍ତ କରାଯାଇଛି ।
