ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିଲା ଘର ତିଆରି ପାଇଁ ପ୍ରଥମ କିସ୍ତି ଟଙ୍କା

୨୮ଟି ଜିଲ୍ଲାର ୪୮ହଜାର ୬୯୩ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି

ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିଲା ଘର ତିଆରି ପାଇଁ ପ୍ରଥମ କିସ୍ତି ଟଙ୍କା । ୨୮ଟି ଜିଲ୍ଲାର ୪୮ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୪ମାସ ମଧ୍ୟରେ କାମ ଶେଷ କଲେ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହା ସହ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମିପୂଜନ କରିଛନ୍ତି । ଗୋଟିଏ ଛାତ ତଳେ ପଞ୍ଚାୟତର ସମସ୍ତ ସେବା ମିଳିପାରିବ। ଏଗୁଡ଼ିକ ୱାନ ଷ୍ଟପ ସର୍ଭିସ ସେଣ୍ଟର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଲୋକସେବା ଭବନରେ ଭିଡିଓ କନଫରେନ୍ ସିଂ ମାଧ୍ୟମରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ ସହ ପଞ୍ଚାୟତ କାର୍ଯ୍ୟାଳୟର ଭୂମିପୂଜନ କରିଛନ୍ତି ।