ଚଳନ୍ତା ଟ୍ରେନ ଇଂଜିନରେ ଲାଗିଲା ନିଆଁ

ହୁହୁ ହୋଇ ଜଳିଗଲା ଟ୍ରେନ୍ ଇଞ୍ଜିନ

ହୁହୁ ହୋଇ ଜଳିଗଲା ଟ୍ରେନ୍ ଇଞ୍ଜିନ । ଆଠଗଡ଼-ଢେଙ୍କାନାଳ ଗୋବିନ୍ଦପୁର ଯୋରନ୍ଦା ରୋଜ୍ ନିକଟରେ ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦେଖୁ ଦେଖୁ ନିଆଁ ପୂରା ଇଞ୍ଜିନକୁ ବ୍ୟାପି ଯାଇଥିଲା । ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା । ଆଉ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି । ଇଂଜିନ ସହ ଏକ ମେଣ୍ଟାନାନସ଼ ଭ୍ୟାନ ଜଳିଗଲା । ରାଜ ଆଠଗଡରୁ ଢେଙ୍କାନାଳ ଯାଇଥିବା ବେଳେ ଜେନେରେଟର ରେ ସମସ୍ୟା ହୋଇ ନିଆଁ ଲାଗିଥିଲା । ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ଏହି ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିଛି ।