ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ

ଭୁବନେଶ୍ବରରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ । ଟେଡି ଦୋକାନରେ ଲାଗିଲା ନିଆଁ। ନୁଆ କରି ଦୋକାନ ଖୋଲିଥିବା ଦୋକାନରେ ଅଗ୍ନିକାଣ୍ଡ । ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଛି। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।ସେହିପରି ଗୁରୁବାର, ଯାଜପୁର ଜିଲ୍ଲା ବଡ଼ ତ୍ରିଲୋଚନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜଳିଗଲା ୪ଟି ପରିବାରର ୧୨ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ରାତିରେ ହଠାତ୍ ଗ୍ରାମର ପରମାନନ୍ଦ ପଣ୍ଡାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଚାହୁଁଚାହୁଁ ଅନ୍ୟ ଘର ଗୁଡ଼ିକୁ ବ୍ୟାପି ଯାଇଥିଲା । ପ୍ରାୟ ୪ଜଣଙ୍କ ଘର ପୋଡ଼ି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗର ୩ଟି ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *