୭ ଘଣ୍ଟା ଧରି ଜଳିଲା ଗୋଦାମ
ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଔଷଧ ଜଳି ଯାଇଛି । ବିଳମ୍ବିତ ରାତିରେ ମେଡ଼ିସିନ ଗୋଦାମଟି ହଠାତ୍ ଜଳିବାକୁ ଲାଗିଲା । ନିଆଁ ଏତେ ପ୍ରଖର ଥିଲା ଯେ, ବେଶ୍ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। କିଛି ସମୟ ମଧ୍ୟରେ ନିଆଁର ଝାସ ବଢ଼ିବା ସହ ଏହାର ତ୍ରୀବତା ବି ବଢ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ୭ରୁ ଅଧିକ ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ଯ୍ୟର ନିୟୋଜିତ କରାଯାଇଛି। ହେଲେ ଦୀର୍ଘ ୭ ଘଣ୍ଟା ପରେ ସକାଳ ପ୍ରାୟ ୬ଟା ପରେ ନିଆଁ ଲିଭିଥିବା ଜଣାଯାଇଛି।