କଟକ ପଲିଥିନ କାରଖାନାରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
କଟକରେ ଭୟଙ୍କର ଅଗ୍ନିକାଣ୍ଡ । ପଲିଥିନ କାରଖାନାରେ ଲାଗିଲା ନିଆଁ । ଜଗତପୁର ଗୁଜରପୁର ଅଞ୍ଚଳର ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତିନିଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ସର୍ଟସର୍କିଟରୁ ନିଆଁଲାଗିଥିବା ସନ୍ଦେହ କରାଯାଉଛି।
