ଦୋକାନରେ ଲାଗିଲା ନିଆଁ, ଦୋକାନୀ ଓ ଗ୍ରାହକ ଗୁରୁତର

ଯାଜପୁର ରୋଡ୍ ଲକ୍ଷ୍ମୀ ମାର୍କେଟ୍ ରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର ରୋଡ୍ ଲକ୍ଷ୍ମୀମାର୍କେଟ ନିକଟରେ ବଡ଼ ଧରଣର ଅଘଟଣ । କିରଣ ଲାଇଟ୍ ହାଉସ ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ,ଲକ୍ଷଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ l ଯାଜପୁର ରୋଡ ଥାନା ଲକ୍ଷ୍ମୀମାର୍କେଟ ନିକଟ କିରଣ ଲାଇଟ ହାଉସର ମାଲିକ ଦୋକାନ ଭିତରେ କୌଣସି କାର୍ଯ୍ୟ କରୁଥିଲେ l ଏହି ସମୟରେ ଦୋକାନ ଭିତରେ ଏକ ଜୋରରେ ଶବ୍ଦ ହେବା ସହିତ ଦୋକାନ ଘରେ ନିଆଁ ଲାଗିଯାଇଥିଲା l ଯାହାଫଳରେ ଦୋକାନ ମାଲିକଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଥିଲା l ସେପଟେ ଦୋକାନରେ ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି l ସେପଟେ ଏହି ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ଲକ୍ଷାଧିକରୁ ଉର୍ଦ୍ଧ୍ବ ଟଙ୍କାର ଲାଇଟ ସାମଗ୍ରୀ ଜଳିପୋଡି ପାଉଁଶି ହେଇଯାଇଥିବା ସୂଚନା ମିଳିଛି l ଗୁରୁତର ଦୁଇଜଣ ହେଲେ ଦୋକାନ ମାଲିକ କରୁଣାକର ଦାସ ଓ ଗ୍ରାହକ କୋରେଇ ଥାନା କୋରାବନ୍ଦୀ ଅଞ୍ଚଳର ସଞ୍ଜୟ ପତି ବୋଲି ସୂଚନା ମିଳିଛି l