ACରେ ସର୍ଟ ସର୍କିଟ ଯୋଗୁଁ ମେଡିକାଲରେ ଲାଗିଲା ନିଆଁ !
ଏଫ ଏମ ମେଡିକାଲ କଲେଜ ହସ୍ପିଟାଲରେ ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେମୋ ଓ୍ବାର୍ଡ ବାହାରେ ଲାଗିଲା ନିଆଁ । ଏସିର ଆଉଟଡୋର ୟୁନିଟ୍ରେ ନିଆଁ ଲାଗିଯାଇଛି । ଫଳରେ ଆଉଟଡୋରଟି ଜଳି ଯାଇଛି । ଆଜି ସକାଳେ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏସିରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହାପରେ ମେଡିକାଲ ଧୂଆଁମୟ ହୋଇଯାଇଥିଲା। ରୋଗୀମାନେ ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ରୋଗୀ ଓ ସେମାନଙ୍କ ସହ ଥିବା ସମ୍ପର୍କୀୟ ବାହାରକୁ ପଳାଇ ଆସିଥିଲେ। ଧୂଆଁ ଯୋଗୁ କୌଣସି ରୋଗୀଙ୍କର କିଛି ହୋଇ ନାହିଁ । ସେପଟେ ଏହି ଘଟଣାର ଏବେ ତଦନ୍ତ ଚାଲିଛି ।