ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା
ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଛି । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଛନ୍ତି । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଛନ୍ତି । ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି । ସୂଚନ ଅନୁସାରେ ନଭେମ୍ବର ୨୦ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ…ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା କରିଥିଲେ । ଗାଡ଼ି ଭିତରେ ଆତଙ୍କିତ, ଅସହାୟ ହୋଇପଡ଼ିଥିଲେ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଅସୁରକ୍ଷିତ ଥିଲା ପୂରା ଅଞ୍ଚଳ ।
