ମାଓ ସଂଗଠନକୁ ବଡ଼ ଝଟକା

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ପୁଣି ଥରେ ମାଓ ସଂଗଠନକୁ ବଡ଼ ଝଟକା । ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସର ବାରମ୍ବାର ସଚେତନତା ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଜଣେ ମାଓ ସଙ୍ଗଠନରେ ଗରିଲା ବାହିନୀରେ ସକ୍ରିୟ ଥିବା ମହିଳା ମାଓବାଦୀ ।ମାଓ ନେତା ଅନମୋଲ ସଂସ୍ପର୍ଶରେ ଆସି ଗତ ଦୁଇ ବର୍ଷ ପୂର୍ବରୁ ମାଓ ସଙ୍ଗଠନରେ ସାମିଲ ଥିବା ମଙ୍ଗଡ଼ି ହୋନହଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ । (ଗରିଲ୍ଲା ସ୍କ୍ୱାଡ୍) ର ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଡିଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ହୋଲୋମୁଲି ଗାଁରେ ।ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ । ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ବିଶେଷ କରି ବାଙ୍କ ପଥର ଖଣି ବିସ୍ଫୋରଣ ଏବଂ ରେଳପଥ ଆଇ.ଇ.ଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଆଜି ସେ ବିଧିବଦ୍ଧ ଭାବେ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ୨ ଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *