ଶ୍ରୀମନ୍ଦିର ସାମ୍ନାରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ
ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦାଦାଗିରି ଦେଖାଇଲେ ସେବାୟତ। କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେବାୟତ। ଆକ୍ରମଣ ର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି। ପ୍ରାୟ ୨୦ ରୁ ଉର୍ଦ୍ଧ ସେବାୟତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି। ଜଣେ ମହିଳା ସାମ୍ବାଦିକା ସହ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କୁ କିଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତେବେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ। ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ସିଂହଦ୍ଵାରଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଏସ୍ପି । କୌଣସି ଚାପର ବଶବର୍ତ୍ତୀ ନହୋଇ କାର୍ଯ୍ୟାନୁଷ୍ଠାନ ହେବ। ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯିବ। ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ଭିନୀତ ଅଗ୍ରୱାଲ।