ଚାରି ପୁଅକୁ ଜାବୁଡି ଧରି ଟ୍ରେନ ଟ୍ରାକରେ ଶୋଇପଡିଲା ବାପା, ଘଟଣାସ୍ଥଳରେ ୫ ମୃତ

୪ ପିଲାଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡିଲା ବାପା

ହରିୟାଣା ଫରିଦାବାଦରେ ୪ ପିଲାଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡିଲା ବାପା । ପିଲାଙ୍କ ସହିତ ଜୀବନ ହାରିବା ପୂର୍ବରୁ ସେମାନଙ୍କୁ ଥଣ୍ଡା ପାନୀୟ ଏବଂ ଚିପ୍ସ ଖାଇବାକୁ ଦେଇଥିଲା । ୧୦ ଜୁନରେ ହରିୟାଣାର ଫରିଦାବାଦର ବଲ୍ଲଭଗଡ଼ ରେଳ ଷ୍ଟେସନ୍ ନିକଟରେ ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି ।ବିହାରର ଲଖିସରାଇର ବାସିନ୍ଦା ୪୫ ବର୍ଷୀୟ ମନୋଜ ମାହାତୋ ୪ ପୁଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁ ଜୀବନ ହାରିଦେଇଥିବା ଖବର ମିଳିଛି । ମଙ୍ଗଳବାର ଦିନ ମନୋଜ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସକାଳେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା । ଝଗଡା ଲାଗି ସ୍ଥିତି ସ୍ବାଭାବିକ ହେବା ପରେ ମନୋଜ ପିଲାଙ୍କୁ ଦରି ପାର୍କ ବୁଲାଇବାକୁ ବାହାନା କରି ଘରୁ ନେଇଯାଇଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସେ ଦୁଇଟି ପିଲାଙ୍କୁ କାନ୍ଧରେ ଏବଂ ଦୁଇଟି ପିଲାଙ୍କୁ ହାତରେ ଧରି ରେଳ ଟ୍ରାକରେ ପହଞ୍ଚିଥିଲେ । ମନୋଜ ପିଲାମାନଙ୍କୁ ଧରି ଟ୍ରେନ୍ ଟ୍ରାକକୁ ଡେଇଁ ପଡ଼ିଥିଲେ ।ପିଲାମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ହେଁ ମନୋଜ ସେମାନଙ୍କୁ ଜାବୁଡି ଧରିଥିଲେ ।ଫଳରେ ଟ୍ରେନରେ ଧକ୍କା ଦେବା ପରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମନୋଜଙ୍କ ବୟନ ୪୫ ବର୍ଷ ରହିଥିବା ବେଳେ ୪ ପୁଅଙ୍କ ବୟସ ଯଥାକ୍ରମେ ୧୦, ୯, ୫, ୩ ବର୍ଷ ରହିଥିଲା । ଟ୍ରେନର ଲୋକୋ ପାଇଲଟ୍ ତୁରନ୍ତ ଏ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ GRP ଘଟଣାସ୍ଥଳରେ ପହଞ୍ଚିଥିଲା।