କାନ୍ଥପଡ଼ି ଚାଲିଗଲା ଯୁବକଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ପୁଅ

ଶୋଇଥିବା ବେଳେ ହଠାତ୍ ଡାକିନେଲା ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା । ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର । ଫଳ‌ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପ‌କେ ବର୍ତ୍ତିଯାଇଛି ୨ ବର୍ଷର ଶିଶୁପୁତ୍ର। । ମୃତକ ହେଲେ କୁରୁନାଥ କାନ୍ତା । ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସୋମବାର ରାତିରେ ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଜଣକର ଜୀବନ ଯାଇଛି । ମୃତକ ହେଲେ କୁରୁନାଥ କାନ୍ତା । ମାଟିଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘର ତଳେ ସେ ଚାପି ହୋଇଯାଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲା ପାଖରେ ଥିବା ୨ ବର୍ଷର ଶିଶୁପୁତ୍ର । କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।