ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ମରଣଯନ୍ତା ପାଲଟିଛି ୧୬ନଂ ଜାତୀୟ ରାଜପଥ । ପ୍ରତ୍ଯେକ ଦିନ ଦେଖିବାକୁ ମିଳୁଛି କିଛି ନା କିଛି ଦୁର୍ଘଟଣା। ତେବେ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ବଡଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣାଟି ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।

ବାଲେଶ୍ବର ଜିଲ୍ଲା ସୋର ନିକଟ ଦେଇ ଯାଇଥିବା ଏହି ୧୬ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ବାଇକ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଯୋଗେ ଭଦ୍ରକରୁ କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ଟ୍ରକ ସହ ଦୁର୍ଘଟଣା ହୋଇଥିଲା । ଫଳରେ ୨ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।