ଯାଜପୁର ରୋଡ ଦାନିଆବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭାରସାମ୍ୟ ହରାଇ ମନ୍ଦିର ଘୋଡାରେ ପିଟିହେଲା ବାଇକ, ଜଣେ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ୟ ହରାଇ ମନ୍ଦିର ଘୋଡାରେ ପିଟିହେଲା ବାଇକ, ଜଣେ ମୃତ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଦାନିଆବର ଛକ ନିକଟସ୍ଥ ମନ୍ଦିରରେ। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଦୁଇଜଣ ଯୁବକ ଏକ ବାଇକରେ ଯାଜପୁର ରୋଡ ପଟରୁ ଘରକୁ ଯାଉଥିଲେ l ହଠାତ କୌଣସି କାରଣରୁ ବାଇକ ଚାଳକ ନିଜ ଗାଡିର ଭାରସାମ୍ୟ ହରାଇ ଯାଜପୁର ରୋଡ ଥାନା ଦାନିଆବର ଛକରେ ଥିବା ଏକ ମନ୍ଦିରର ଘୋଡ଼ାରେ ପିଟି ଦେଇ ଗୁରୁତର ହେଇଯାଇଥିଲେ l

ତେବେ ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ଗୁରୁତର ଦୁଇଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ଜଣେ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇ ଥିବା ସୂଚନା ମିଳିଛି l ତେବେ ମୃତ ଯୁବକ ଜଣଙ୍କ ଶ୍ରୀବନ୍ତପୁର ଗାଁ ର ସଂଗ୍ରାମ ରାଉତ ଓ ଗୁରୁତର ଯୁବକ ଜଣଙ୍କ କଣ୍ଠିଆକଣ ଗାଁର ବଳରାମ ସ୍ୱାଇଁ ହୋଇଥିବା ଜଣାପଡିଛି l ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପଂହଁଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି l