ନକଲି ମୋବିଲ୍ କାରଖାନା ଠାବ, ୨ ଅଟକ

ନକଲି ମୋବିଲ୍ କାରଖାନା ଠାବ, ୨ ଅଟକ

ନକଲି ମୋବିଲ୍ କାରଖାନା ଠାବ, ୨ ଅଟକ। ବିଶ୍ରା ଥାନା ଅଞ୍ଚଳରେ ନକଲି ମୋବିଲ କାରଖାନାରେ ଚଢାଉ। ବିପୁଳ ପରିମାଣର ମୋବିଲ୍ ସହ ଦାମୀ କାର ଜବତ। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ଅଞ୍ଚଳରେ ଚାଲିଥିଲା ନକଲି ମୋବିଲକୁ ଅସଲି କରି ବ୍ରିକି କରିବାର କାରବାର । ବିଶ୍ରା ପୋଲିସ ନକଲି ମୋବିଲ ଗୋଦାମରେ ଚଢ଼ାଉ କରି ଜାଣିବାକୁ ପାଇଥିଲା ଦୁଇ ଚକିଆ, ଚାରି ଚକିଆ ଏବଂ ଭାରିଯାନ ଗୁଡିକରେ ଯେଉଁ ସବୁ ନାମୀଦାମୀ କମ୍ପାନୀର ମୋବିଲ ବୋତଲ ଏବଂ ତାର ନକଲି ଲେବୁଲ ଏବଂ ଷ୍ଟିକର ଦେଖିବାକୁ ପାଇଥିଲା । ଆଉ ବଜାରରେ ଏହି ନକଲି ମୋବିଲ ଅସଲି କରି ବ୍ରିକି କରୁଥିବାର ଜାଣିବାକୁ ପାଇଥିଲା ବିଶ୍ରା ପୋଲିସ।