ବସ୍ରେ ଅଧିକ ଯାତ୍ରୀ ନେଲେ ଦେବେ ଜରିମାନା
ଖରା ପାଇଁ ରାଜ୍ୟ ପରିବହନ ବିଭାଗ ଜାରି କଲା ମାର୍ଗଦର୍ଶିକା। ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ ବସରେ ରହିବ ପାନୀୟ ଜଳ ବ୍ୟବସ୍ଥା । ବରଫ ପ୍ୟାକ୍ ସହ ପ୍ରାଥମିକ ଚିକିତ୍ସା କିଟ୍ ମଧ୍ୟ ରହିବ । ଓଆରଏସ ମଧ୍ୟ ବସରେ ରଖାଯିବ । ବସ୍ଷ୍ଟପ୍ରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ଯୋଗାଇ ଦିଆଯିବ । ଯଦି କୌଣସି ବସ୍ ଡ୍ରାଇଭର ଅଧିକ ଯାତ୍ରୀ ନେଲେ ତା’ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ । ଯାତ୍ରୀଙ୍କ ପାଇଁ ରାଜପଥରେ କିଓସ୍କୋ ସ୍ଥାପନ କରାଯିବ । ଓଭରଲୋଡିଂ, ଛାତରେ ଯାତ୍ରାକଲେ ଜରିମାନା ଆଦାୟ ହେବ । ଖରା ପାଇଁ ଆରଟିଓ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ ।
