ଆନ୍ଧ୍ରପ୍ରଦେଶ ପଥର ଖଣିରେ ବିସ୍ଫୋରଣ, ୬ ଓଡ଼ିଆ ଶ୍ରମିକ ମୃତ
ଆନ୍ଧ୍ରପ୍ରଦେଶର ବାପଟଲା ଗ୍ରାନାଇଟ ଖଣିରେ ଅଘଟଣ । ୬ ଓଡ଼ିଆ ଶ୍ରମିକ ମୃତ । ଅନ୍ୟ ଆହତ ୮ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବାପଟଲା ଜିଲ୍ଲା ବାଲିକୁରଭା ନିକଟରେ ଗ୍ରାନାଇଟ ଖଣିରେ ଆଜି ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ । ବ୍ଲାଷ୍ଟିଂ ଅପରେସନ ଚାଲିଥିବା ବେଳେ ହଠାତ ଏକ ବଡ଼ ପଥର ଖଣ୍ଡ ଧସିଥିଲା । ଏଥିରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୮ଜଣ ଗୁରୁତରଙ୍କୁ ନରସାରାଓପେଟା ହସପିଟାଲରେ ଭର୍ତ୍ତି କରାଯାଇଛି ।ଆନ୍ଧ୍ରପ୍ରଦେଶ ପୋଲିସ କହିବା ଅନୁସାରେ ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ ଖଣିରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

Nice post! 1754807286