ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ବିଜେଡି ଛାଡିଲେ ବଳଭଦ୍ର ମାଝୀ

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ବଳଭଦ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ଦଳରେ ଅବହେଳା ଅଭିଯୋଗ କରି ବିଜେଡି ଛାଡିଥିବା ସେ କହିଛନ୍ତି । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ନର୍ଲାରୁ ୪ ଥର ଏବଂ ଲାଞ୍ଜିଗଡ଼ରୁ ଥରେ ବିଜୟୀ ହୋଇଥିଲେ ବଳଭଦ୍ର। ପ୍ରଥମେ ୧୯୯୦ ମସିହାରେ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ଲାଗି ମଧ୍ୟ ସେ ଜନତା ଦଳରୁ ଲଢ଼ି ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ୨୦୦୦ ମସିହାରେ ସେ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମଧ୍ୟ ସେ ନର୍ଲା ଆସନରୁ ଜିତି ବିଧାୟକ ରହିଥିଲେ। ୨୦୧୪ ମସିହାରେ ସେ ଲାଞ୍ଜିଗଡ଼ରୁ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ନବୀନଙ୍କ ପ୍ରଥମ ଏବଂ ଦ୍ୱିତୀୟ ପାଳିରେ ସେ ମନ୍ତ୍ରୀ ହୋଇଥିଲେ।