ବୁଥ ବାହୁଡା ମତ

Exit Poll 2024: ଓଡ଼ିଶା ଲୋକସଭାରେ କାହାକୁ କେତେ ଆସନ?

ବୁଥ ବାହୁଡା ମତ ପରେ ଓଡ଼ିଶା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ଏଠାରେ ବିଜେପି ଅଧିକ ସିଟ୍ ଜିତିବା ନେଇ ଆକଳନ କରାଯାଇଛି । ତେବେ କହିବାକୁ ଗଲେ ବିଜେପି ଓଡ଼ିଶାରୁ ଅଧିକ ଫାଇଦା ପାଇବା ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ ଆକଳନ କରାଯାଉଛି । ଓଡ଼ିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ ।

ଇଣ୍ଡିଆ ନ୍ୟୁଜର ଆକଳନ ଅନୁସାରେ ବିଜେପିକୁ ୧୩ ସିଟ ମିଳିପାରେ, ସେହିପରି ବିଜେଡିକୁ ୮ ଓ କଂଗ୍ରେସ ଗୋଟିଏ ବି ସିଟ ଜିତି ନପାରେ ବୋଲି ଆକଳନ କରାଯାଇଛି ।ସେହିପରି ଓଡ଼ିଶା ଲୋକସଭା ଆସନକୁ ନେଇ ଜନ କୀ ବାତର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ଆକଳନ । ବିଜେଡିକୁ ୩ରୁ ୭ ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ମିଳିନପାରେ କୌଣସି ଆସନ ।

ନ୍ୟୁଜ-୨୪ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୬ଟି ଲୋକସଭା ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ଟି ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ୧ଟି ଆସନ ମିଳିବା ସମ୍ଭାବନା ।ଏନଡିଟିଭିର ଆକଳନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ନେଇ ଆକଳନ । ସେହିପରି ବିଜେଡିକୁ ୩ରୁ ୮ ମିଳିବା ସମ୍ଭାବନା, କଂଗ୍ରେସକୁ ମିଳିନପାରେ କୌଣସି ବି ଆସନ । ଟାଇମ୍ସ ନାଓ ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୩ ଲୋକସଭା ଆସନ ମିଳିବା ସମ୍ଭାବନା । ସେହିପରି ବିଜେଡିକୁ ୮ ଓ କଂଗ୍ରେସକୁ କୌଣସି ଆସନ ମିଳିନପାରେ ବୋଲି କୁହାଯାଉଛି । ରିପବ୍ଲିକ ପୂର୍ବାନୁମାନ ଅନୁସାରେ ବିଜେପିକୁ ୯ରୁ ୧୨, ବିଜେଡିକୁ ୭ରୁ ୧୦, କଂଗ୍ରେସକୁ ୦-୧ ଆସନ ମିଳିପାରେ ।