ଭିଜିଲାନ୍ସ ଜାଲରେ ଅବକାରୀ ASI

ଭୁଆଁ ବନେଇ ଲୁଟିଥିଲ ଲକ୍ଷଲକ୍ଷ ଟଙ୍କା !

ବେଆଇନ ଭାବେ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା , ଆଉ ଏବେ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଅବକାରୀ ବିଭାଗର ASI । ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ  । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲୁଗାଁ ଅଞ୍ଚଳରେ । ସୂଚନା ଅନୁସାରେ ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି । ନୟାଗଡ଼ ସ୍ଥିତ ପୈତୃକ ଘର ଓ ଭଡା ଘରେ ଚଢାଉ କରାଯାଇଛି  । ବାଲୁଗାଁରେ ଥିବା ଘର ଓ ଅଫିସ ପରିସରରେ ଛାପା ମାରୁଛି ଟିମ  । ବାବୁଙ୍କ ବିରୋଧରେ ପଡିଥିଲା ଏକାଧିକ ପିଟିସନ । ଏହାପରେ ଭିଜିଲାନ୍ସ ତାର କାର୍ଯ୍ୟପନ୍ଥା ଗ୍ରହଣ କରିଥିବା ଏଖିବାକୁ ମିଳିଛି ।