କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

କଂଗ୍ରେସରେ ମିଶିଲେ ରେମୁଣା ପୂର୍ବତନ ବିଧାୟକ ସୁଦର୍ଶନ ଜେନା

କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ଦଳରେ ସାମିଲ ହୋଇଥିଲେ ସୁଦର୍ଶନ ଜେନା। କଂଗ୍ରେସରେ ଯୋଗ ଦେବା ପରେ ସେ କହିଛନ୍ତି, ଏ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆମେ କଂଗ୍ରେସରେ ଯୋଗ ଦେଇଛୁ। ଉଭୟ ବିଜେଡି ଓ ବିଜେପିକୁ ପରାସ୍ତ କରିବା ଆମ ଲକ୍ଷ୍ୟ ହେବ। ୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୫,୮୪୭ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।