ବଡଦାଣ୍ଡରେ ପ୍ରତ୍ୟେକ କୋଠା ଗୋଟିଏ ଡିଜାଇନ ଏବଂ ରଙ୍ଗ କରାଯିବ, ପିକେଡିଏ ବୈଠକରେ ନିଷ୍ପତ୍ତି

ବଡଦାଣ୍ଡରେ ପ୍ରତ୍ୟେକ କୋଠା ହେବ ଗୋଟିଏ ଡିଜାଇନ ଏବଂ ଗୋଟିଏ ରଙ୍ଗ

ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତ୍ୟେକ କୋଠା ଗୋଟିଏ ପ୍ରକାର ଡିଜାଇନ ଏବଂ ରଙ୍ଗ ବ୍ୟବସ୍ଥା କରାଯିବ । ଐତିହ୍ୟସ୍ଥଳ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଉଛି । ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ NOC ପ୍ରକ୍ରିୟାକୁ ସମୟସୀମା ଭିତରେ ଶେଷ କରିବା ଉପରେ ଆଲୋଚନା ହୋଇଛି ।ଯଦି 30 ଦିନ ମଧ୍ୟରେ NOC ମିଳେନାହିଁ ତେଵେ ଆବେଦକ ଗୃହ ନିର୍ମାଣ ସମ୍ପର୍କୀତ ଆବେଦନକୁ ଓଡିଶା ଉନ୍ନୟନ ପ୍ରାଧୀକରଣ ଆଇନ୍ ଅନୁସାରେ ପ୍ଲାନ୍ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ପିକେଡିଏ ଅଧକ୍ଷ କୃଷ୍ନଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ପିକେଡିଏର 35 ତମ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ସେହିପରି ବୈଠକରେ ପୁରୀ ବାଲୁଖଣ୍ଡରେ ପିପିପି ମଡେଲରେ ମଲ୍ଟି ଷ୍ଟୋରେଜ୍ ହାଉସିଂ ପ୍ରକଳ୍ପ, ତାଳବଣିଆକୁ ଟେଣ୍ଡର ପ୍ରକ୍ରିୟା ମଧ୍ୟରେ ପରିଚାଳନା କରିବା, ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ ଦିଆଯାଇଛି । ବୈଠକରେ ଜିଲ୍ଲାପାଳ, ପୁରୀ ପୌରପାଳିକା ପ୍ରଶାସକ ଓ ଟାଉନ ପ୍ଲାନିଂ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *