OSSC ଏବଂ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି
ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ସାମ୍ନାକୁ ଆସିଲା ତ୍ରୁଟି । OSSC ସହ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି । ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କଲେ OPSC କର୍ତ୍ତୃପକ୍ଷ । ଆଜି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର । ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି । ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା । ପ୍ରଥମ ସିଟିଂ ପରୀକ୍ଷା ପରେ ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି। ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ । ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କଲେ। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ।ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ କଲେ। ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା। ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ।
