ପୁଣି ରାଜା ଚକ୍ରଙ୍କ ଘରେ ଇଓଡବ୍ଲୁର ରେଡ୍
ରାଜା ଚକ୍ରଙ୍କ ଘରେ ଇଓଡବ୍ଲୁର ପୁଣି ରେଡ । ପୁଣିଥରେ ରାଜା ଚକ୍ରଙ୍କ ଘରେ ଚଢାଉ । କେନ୍ଦୁଝର ଜଗନ୍ନାଥପୁର ଘରେ ଚଢାଉ ।ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଇଓଡବ୍ଲ୍ୟୁ ଚଢାଉ କରିଛି । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ୍ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଚଢଉ ହୋଇଛି । ଜଣେ ଏଏସପିଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ରାଜାଙ୍କ ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ ଜାରି ରଖିଛି । ବହୁ ସମୟ ଧରି ତାଙ୍କ ଘରେ ଯାଞ୍ଚ୍ ଚାଲିଛି । ତେବେ ରାଜା ଗିରଫ ପରେ ଇଓଡବ୍ଲ୍ୟୁ ତାଙ୍କୁ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ସମୟରେ କିଛି ତଥ୍ୟ ଆଧାରରେ ପୁଣି ଚଢାଉ କରାଯାଇଥିବା ଅନୁମାନ କରାଯାଉଛି । ଏହା ସହିତ ଆହୁରି କିଛି ଠିକଣାରେ ଇଓଡବ୍ଲ୍ୟୁ ଚଢାଉ କରିବାର ଯୋଜନା ରହିଛି ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଟଙ୍କା ହେରଫେର ଘଟଣାରେ ପୂର୍ବରୁ ରାଜାଙ୍କୁ ରିମାଣ୍ଡରେ ନେଇଥିଲା ଓଇଡବ୍ଲୁା ଏଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମର ଚଢାଉ।
