ସୁନ୍ଦରଗଡ଼ରେ ଚୋରା ଚାଲାଣ ହେଉଛି ହଜାର ହଜାର କୋଟିର ଖଣିଜ ସମ୍ପଦ

ମାଙ୍ଗାନିଜ୍ ଚୋରାଚାଲାଣ ଏନଫୋର୍ସମେଣ୍ଟ ଟିମର ଚଢାଉ

ମାଙ୍ଗାନିଜ୍ ଚୋରାଚାଲାଣ ତଦନ୍ତ ନେଇ କୋଇଡାରେ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍। ଆଜି ଦ୍ୱିତୀୟ ଦିନରେ ଖୋଳତାଡ଼ ଜାରି । ୫ ଟା ଗାଡିରେ ୯ ଜଣିଆ ଟିମ୍ ସହ କୋଇଡା ଡିଡିଏମ୍ , ରେଞ୍ଜର ମଧ୍ୟ ଉପସ୍ଥିତ । ସୁନ୍ଦରଗଡ଼ ଜିଲ୍ଲା ରେ ଚୋରା ଚାଲାଣ ହେଉଛି ହଜାର ହଜାର କୋଟି ଟଙ୍କା ବହୁମୁଲ୍ୟ ଖଣିଜ ସମ୍ପଦ । ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଥିଲା । ଏ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ  ଏକ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ପ୍ରଥମେ ତେଲେନଡିହି କୋଇଲା ଚୋରାଚାଲାଣ ଅଞ୍ଚଳର ତଦନ୍ତ ପରେ ଆଜି ସେଇ ୯ ଜଣିଆ  ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ କୋଇଡା ଠାରେ ପହଞ୍ଚିଥିଲେ । ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବହୁମୁଲ୍ୟ ମାଙ୍ଗାନିଜ୍ ଖଣି ଚୋରାଚାଲାଣ ଓ ଗଛ୍ଛିତ ଅଞ୍ଚଳ କୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଟିମ୍ ରେ ସହଯୋଗ କରିଥିଲେ କୋଇଡା ଖଣି ଉପନିର୍ଦ୍ଦେଶକ ଅସିତ କୁମାର ବେହେରା ଓ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ । କୋଇଡା ଖଣି ସର୍କଲର ମୁଟୁକୁଦର, ଗିଡେଇ, ଗଣୁଆ,ମାଲଦା , କଳମଙ୍ଗ, ପାନପୋଷିଆ, କେନାଭେଟା, ପାଟମୁଣ୍ଡା ଅଞ୍ଚଳରେ ପହଞ୍ଚି ବେଆଇନ୍ ଖଣି, ଗଛ୍ଛିତ ଲୁହାପଥର କଞ୍ଚାମାଲ୍ କୁ ନେଇ ଖୋଳତାଡ଼ କରିଛନ୍ତି।