୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

ବଣାଇଁ ଉପଖଣ୍ଡରେ ହୋଇଥିବା ୫ ଗୋଟି ବଡ ଡକାୟତିରେ ସମ୍ପୃକ୍ତ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର । ସୁଚନା ପାଇ ଅପରାଧୀଙ୍କୁ କାବୁ କରିବାକୁ ଯାଇଥିବା ବେଳେ ହେଲା ଏନକାଉଣ୍ଟର । ଚାନ୍ଦିପୋଷ କୁଚେଇତାରେ ଦୁଇ ଜଣ ଓ ଲହୁଣୀପଡା ଲମ୍ସିରେ ଜଣକୁ ଏନକାଉଣ୍ଟର କଲା ପୁଲିସ୍ । ତିନି ଜଣ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।ବଣାଇଁ ଏସଡିପିଓ ରାମଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ଵରେ ୨ ଗୋଟି ଟିମ୍ ଗଠନ କରାଯାଇଥିଲା ଯେଉଁଥିରେ ୭ ଗୋଟି ଥାନା ଅଧିକାରୀ ସାମିଲ୍ ଥିଲେ । ବଣାଇଁ, ବରସୁଆଁ, ବାଙ୍କୋ , କୋଇଡା, ରେଙ୍ଗାଲବେଡା ସମସ୍ତ ବଡ ବଡ ଡକାୟତି ରେ ସାମିଲ୍ ଥିଲେ ଉକ୍ତ ଅପରାଧୀ । ଆଉ ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର କାବୁ କରିବେ ବୋଲି ବଣାଇଁ ଏସଡିପିଓ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *